ଅର୍କେଷ୍ଟ୍ରା
ଚଲାନ୍ତୁ ଏକ ନୂତନ ଯୁଗର ଆରମ୍ଭ କରନ୍ତୁ 

ଅର୍କେଷ୍ଟ୍ରା ଏକ ଉନ୍ନତ ଜାପାନୀ କୌଶଳରେ ପ୍ରସ୍ତୁତ ନୂଆ ପିଢିର କୀଟନାଶକ ଔଷଧ ଯାହା ଧାନ ଫସଲକୁ ମାଟିଆଗୁଣ୍ଡି ପୋକ ଦାଉରୁ ରକ୍ଷା କରିବା ସହିତ ଉପକାରୀ କୀଟ ମାନଙ୍କୁ ସୁରକ୍ଷା ଦେଇଥାଏ ।

ଆସନ୍ତୁ ଏ ବିଷୟରେ ଅଧିକ ଜାଣିବା

ଶୋଷକ ପୋକ ଚିନ୍ତାର ନିଶ୍ଚିତ ସମାଧାନ

ଧାନ ଫସଲର ଜୈବିକ ପର୍ଯ୍ୟବରଣକୁ ସୁରକ୍ଷା ଦେଇଥାଏ

ଧାନ ଫସଲକୁ ମାଟିଆଗୁଣ୍ଡି ପୋକ ଦାଉରୁ ରକ୍ଷା କରି ପାରିଲେ ଚାଷୀ ବହୁତ ଲାଭବାନ ହୋଇଥାଏ । ଆଜିର ଦିନରେ ମାଟିଆଗୁଣ୍ଡି ପୋକ ଦାଉରୁ ରକ୍ଷା ପାଇବା ପାଇଁ ଚାଷୀ ବିଭିନ୍ନ ପ୍ରକାରର ରାସାଯନିକ କୀଟନାଶକ ବ୍ୟବହାର କରୁଛନ୍ତି, ଯାହା ଧାନ ଫସଲ ସହ ଜଡିତ ଜୈବିକ ପର୍ଯ୍ୟ।ବରଣକୁ ନଷ୍ଟ କରୁଅଛି । ଏହାର ବ୍ୟବହାର ମାଟିଆଗୁଣ୍ଡି ପୋକର ପ୍ରକୃତିକ ଶତ୍ରୁ କୁହାଯାଉଥିବା ବୁଢିଆଣୀ , ମହୁମାଛି , ମିରିଡବଗ୍ ଆଦି ପୋକ ମାନଙ୍କ ସଂଖ୍ୟା ହ୍ରାସ କରିଥାଏ । ଏଣୁ ଏହି ଶକ୍ତିଶାଳୀ କୀଟନାଶକ ଗୁଡିକ ପ୍ରକୃତି , ଉପକାରୀ କୀଟ ତଥା ଜୀବଜଗତ ପାଇଁ ବିପଦ ପହଞ୍ଚାଇଥାଏ ।
ଏହି ପରିପ୍ରେକ୍ଷୀରେ ଜଣେ ପ୍ରଗତିଶୀଳ ଦାୟିତ୍ଵବାନ୍ ଚାଷୀ ଭାବରେ ଏକ ନିରାପଦ ସ୍ଥାୟୀ ସମାଧାନକୁ ଆପଣାଇ ଆପଣମାନେ ଏହି ସୁନ୍ଦର ପ୍ରକୃତିକୁ ଓ  ପ୍ରକୃତିର ବରଦାନକୁ ନିଜ ପାଇଁ ସୁରକ୍ଷିତ ରଖିବା ସହିତ ଆମର ଉତ୍ତର ପିଢୀ ମାନଙ୍କ ପାଇଁ ସାଇତି ରଖି ପାରିବା- ଅର୍କେଷ୍ଟ୍ରା ସହିତ ନୂଆ ଯୁଗର ଆରମ୍ଭ କରିବା । 

ଏକ ସମୟ ଉପଯୋଗୀ ପ୍ରଯୁକ୍ତିଜ୍ଞାନର ଆବଶ୍ୟକତା ରହିଛି

ଏହିପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ନିଚିନୋ ଇଣ୍ଡିଆର ଉନ୍ନତ ପ୍ରଯୁକ୍ତିବିଜ୍ଞାନ ଚାଷୀ ମାନଙ୍କର  ସମସ୍ୟାକୁ ସମାଧାନ କରିଛି । ଅର୍ଥାତ୍ ମାଟିଆଗୁଣ୍ଡି ପୋକକୁ ବିନାଶ କରିବା ସହିତ ଧାନ ଫସଲ ସହ ଜଡିତ ଜୈବିକ ପରିବେଶ , ପ୍ରକୃତି ଓ ମାନବ ସମାଜକୁ ସୁରକ୍ଷା ଦେଉଛି ।

ମାଟିଆଗୁଣ୍ଡି ପୋକ ନିୟନ୍ତ୍ରଣରେ ଏକ ସ୍ଥାୟୀ, ନିରାପଦ ଓ ନୂତନ ଯୁଗର ଆରମ୍ଭ

ଅଭିନବ ଜାପାନୀ ଟେକ୍ନୋଲୋଜି

ନିଶ୍ଚିତ ଓ ଦୀର୍ଘସ୍ଥାୟୀ ସୁରକ୍ଷା 

ସୁସ୍ଥ ଓ ମଜୁବୁତ୍ ପିଲ, ସମାନ ଭାବରେ ଭରି ହୋଇଥିବା ଧାନକେଣ୍ଡା ଓ ଅଧିକ ଅମଳ

ମାଟିଆଗୁଣ୍ଡିର ପ୍ରକୃତିକ ଶତ୍ରୁ ମାନଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ

BPX ଦ୍ଵାରା କ୍ଷମତାଶାଳୀ

ଅର୍କେଷ୍ଟ୍ରା ହେଉଛି BPX ଦ୍ଵାରା କ୍ଷମତାଶାଳୀ ଏକ କ୍ରାନ୍ତିକାରୀ କୀଟନାଶକ ଯାହା ଅଭିନବ ଜାପାନୀ କୌଶଳ ଓ ନୂଆ ନୂଆ କୀଟନାଶକ ପ୍ରସ୍ତୁତ କରୁଥିବା ନିଚିନୋ ଇଣ୍ଡିଆର ମୂଳ ବା ପୈତୃକ କମ୍ପାନୀ ନିହୋନ ନୋହ୍ୟାକୁ କୋର୍ପୋରସୋନ ଦ୍ଵାରା ବିକଶିତ । ଏହାରମୁଖ୍ୟ ଉପାଦାନ ରହିଛି ବେଞ୍ଜପାଇରିମୋକ୍ସ।ନ ଯାହାକି ନୂତନ IRAC ଶ୍ରେଣୀ ଅନ୍ତର୍ଭୁକ୍ତ । ମାଟିଆଗୁଣ୍ଡି ବିରୁଦ୍ଧରେ BPX ନୂଆ ପ୍ରଣାଳୀରେ କାମ କରିଥାଏ – ଏକଡାଇସୋନ୍ ଟାଇଟର ବ୍ୟାଘାତକାରୀ କୀଟନାଶକ (Ecdysone Titer Disrupter)

ଅର୍କେଷ୍ଟ୍ରା ଉପଚାରିତ କ୍ଷେତ

ଅର୍କେଷ୍ଟ୍ରା ଉପଚାରିତ କ୍ଷେତରେ ଅଣଉପଚାରିତ କ୍ଷେତ ଅପେକ୍ଷା 95% କମ୍ BPH ଦେଖିବାକୁ ମିଳିଥାଏ ଓ ବଜାରରେ ମିଳୁଥିବା ଅନ୍ୟ କୀଟନାଶକ ଦ୍ଵାରା ଉପଚ।ରିତ କ୍ଷେତ ଅପେକ୍ଷା ୨୦% କମ୍ BPH ଦେଖିବାକୁ ମିଳିଥାଏ । 

ଅର୍କେଷ୍ଟ୍ରା ଉପଚାରିତ କ୍ଷେତ
ଅର୍କେଷ୍ଟ୍ରା ହେଉଛି BPX ଦ୍ଵାରା ପ୍ରଭାବଶାଳୀ କୀଟନାଶକ ଯାହାକି ମାଟିଆଗୁଣ୍ଡି ଓ ଧଳାପିଠିଆ ମାଟିଆଗୁଣ୍ଡି ପୋକକୁ ଦୃଢ ଭାବରେ ଦମନ କରି ଥାଏ । ଏପରିକି ଯେଉଁ ପୋକମାନେ ଅନ୍ୟ କୀଟନାଶକ ବିରୁଦ୍ଧରେ ସହନଶୀଳ ହୋଇଯାଇଥାନ୍ତି । 

ଚିକିତ୍ସା କରାଯାଇ ନାହିଁ

ଅନ୍ୟ ପକ୍ଷରେ ଅଣଉପଚାରିତ କ୍ଷେତରେ ବହୁଳ ଭାବରେ BPH ଦେଖିବାକୁ ମିଳିଥାଏ।

(ଉପରେ ଦିଆ ଯାଇଥିବା ସମସ୍ତ ତଥ୍ୟ ଆମର ଆଭ୍ୟନ୍ତରୀଣ ପରୀକ୍ଷାର ଫଳାଫଳ ଉପରେ ଆଧାରିତ )

ମାଟିଆଗୁଣ୍ଡି ଓ ଧଳାପିଠିଆ ମାଟିଆଗୁଣ୍ଡି ପୋକ ବିରୂଦ୍ଧରେ ବେଶ୍ ପ୍ରଭାବଶଳୀ

14-21 ଦିନ ପର୍ଯ୍ୟନ୍ତ ନିୟନ୍ତ୍ରଣ |

ମାଟିଆଗୁଣ୍ଡି ବିରୁଦ୍ଧରେ ଦୀର୍ଘ ସୁରକ୍ଷା ଦେଇଥାଏ
ଅର୍କେଷ୍ଟ୍ରା ସୁପାରିଶ ମାତ୍ରା ଅନୁଯାୟୀ ବ୍ୟବହାର କଲେ ମାଟିଆଗୁଣ୍ଡି ପୋକ ଦାଉରୁ କ୍ଷେତକୁ ୧୪-୨୧ ଦିନ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ । ଦୀର୍ଘ ସୁରକ୍ଷା ଦଉଥିବାରୁ ଚାଷିକୁ ବାରମ୍ବାର ସ୍ପ୍ରେ କରିବାକୁ ପଡିନଥାଏ । ଯାହାଦ୍ୱାରା ଚାଷୀର ସମୟ, ଶକ୍ତି ଓ ଅର୍ଥ ସଞ୍ଚୟ ହୋଇଥାଏ ।

ଆମେ ଜାଣୁ ତୁମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ !

ଅର୍କେଷ୍ଟ୍ରା - ବ୍ୟବହାର କରିବାର ନିୟମାବଳୀ (3R)

Right Stage
ସଠିକ୍ ସମୟ – ବୁଦା ପିଛା ୮ ରୁ କମ୍ ପୋକ ଦେଖିବା ଅବସ୍ଥାରେ କିମ୍ବା ସର୍ବାଧିକ ପିଲ ଆସିବା ପରେ

  • ଏହା ହେଉଛି ସଂପୂର୍ଣ୍ଣ ପ୍ରୋଫିଲାକ୍ଟିକ ଉତ୍ପାଦ। 
  • ବୁଦା ପିଛା ୮ କିମ୍ବା ତହିଁରୁ କମ୍ ପୋକ ଦେଖିବା କ୍ଷଣି ଏହାକୁ ବ୍ୟବହାର କରନ୍ତୁ ।
  • କ୍ଷେତରେ ସର୍ବାଧିକ ପିଲ ଆସିବା ପରେ ବାରମ୍ବାର ପର୍ଯ୍ୟବେକ୍ଷଣ କରନ୍ତୁ।

Right Dose
ସଠିକ୍ ମାତ୍ରା – ଏକର ପ୍ରତି ୪୦୦ ମି.ଲି.

  • ମାଟିଆଗୁଣ୍ଡି ବିରୁଦ୍ଧରେ ଅର୍କେଷ୍ଟ୍ରାର ସଠିକ୍ ମାତ୍ରା ହେଉଛି ଏକର ପ୍ରତି ୪୦୦ ମି.ଲି. ।
  • ପ୍ରତି ସ୍ପ୍ରେ ଟାଙ୍କିରେ ଯେପରି ଅର୍କେଷ୍ଟ୍ରା ସମାନ ଭାବରେ ବଣ୍ଟନ ହୁଏ ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।

Right Method
ସଠିକ୍ ସିଞ୍ଚନ ପଦ୍ଧତି - ଏକର ପ୍ରତି ୨୦୦ ଲିଟର ପାଣି 

  • ଅର୍କେଷ୍ଟ୍ରାର ବ୍ୟବହାର ସମୟରେ ଏକର ପ୍ରତି ସର୍ବନିମ୍ନ ୨୦୦ ଲିଟର ପାଣି ବ୍ୟବହାର କରନ୍ତୁ । ଏଥିରେ କେବେହେଲେ କମ୍ କରନ୍ତୁ ନାହିଁ ।
  • ସଠିକ୍ ଉପଚାର ପାଇଁ ଜମିରେ ସବୁଆଡେ ସମାନ ଭାବରେ ସିଞ୍ଚନ ହେବା ଆବଶ୍ୟକ ।
  • ଜମିରେ ସିଞ୍ଚନ କରିବା ସମୟରେ ସ୍ପ୍ରେ ନୋଜେଲ୍ କୁ ତଳମୁହାଁ କରି ଧାନ ଗଛର ମୂଳ ଆଡକୁ ଲକ୍ଷ କରି ସିଞ୍ଚନ କରନ୍ତୁ।  

ସୁପାରିଶ ନିୟନ୍ତ୍ରଣ ପଦ୍ଧତି 

ଅର୍କେଷ୍ଟ୍ରା ସର୍ବୋତ୍ତମ ଫଳାଫଳ ପାଇବା ପାଇଁ ଧାନ ଗଛର ବୁଦାପ୍ରତି ହାରାହାରି ୮ କିମ୍ବା ତହିଁରୁ କମ୍ ମାଟିଆଗୁଣ୍ଡି ପୋକ ଦେଖିବା ମାତ୍ରେ ବ୍ୟବହାର କରନ୍ତୁ । ପ୍ରାୟତଃ ଧାନ ରୋଇବାର ୪୫-୫୦ ଦିନ ମଧ୍ୟରେ ଏହା ଦେଖାଯାଏ । ତେଣୁ ଏହି ସମୟରେ ବ୍ୟବହାର କରିବା ବିଧେୟ । ଆବଶ୍ୟକ ପଡିଲେ ୨ୟ ସ୍ପ୍ରେ ଗୋହାନ୍ ଦ୍ଵାରା କରନ୍ତୁ ।

ବିଶେଷଜ୍ଞ ଓ ବ୍ୟବହାରକାରୀ କୃଷକଙ୍କ ବାର୍ତ୍ତା